Report Card Odisha

| Daily Odia News

୮ ରେ ଓଡ଼ିଶା ଛୁଇଁବ ମୌସୁମୀ,ଦୁଇ ଦିନ ଗ୍ରୀଷ୍ମପ୍ରବାହ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ଦକ୍ଷିଣ ମହାରାଷ୍ଟ୍ରର କିଛି ଅଞ୍ଚଳ, ତେଲଙ୍ଗାନାର କେତେକ ସ୍ଥାନ, ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ସହିତ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ବାୟୁ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। କେନ୍ଦ୍ରୀୟ ଆରବସାଗରର କିଛି ଅଞ୍ଚଳ, ଗୋଆ, କର୍ଣ୍ଣାଟକ, ରୟାଲସୀମା, ତେଲଙ୍ଗାନାର କେତେକ ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଛୁଇଁଥାଏ। ତେବେ ଆଜି ଆଇଏମ୍‌ଡି ଯେଉଁଭଳି ଆକଳନ କରିଛି ତାହାକୁ ଦେଖିଲେ ଧାର୍ଯ୍ୟ ସମୟର ଦୁଇ ଦିନ ଆଗରୁ ଓଡ଼ିଶାରେ ‌ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଜୁନ୍‌ ୮ ତାରିଖ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ରାଜ୍ୟର ୪ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଉପରେ ରହିଛି। ନୂଆପଡ଼ାରେ ଦିନ ତାପମାତ୍ରା ସବୁଠୁ ଅଧିକ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବରଗଡ଼ ୪୧.୭, ଟିଟିଲାଗଡ଼ ୪୨, ସୁବର୍ଣ୍ଣପୁର ୪୦.୮, ବଲାଙ୍ଗିର ୪୨ ଏବଂ ଭବାନୀପାଟଣାରେ ୪୦.୫ ଡିଗ୍ରୀ ରହିଛି। ଭୁବନେଶ୍ବରରେ ୩୮.୪ଡିଗ୍ରୀ ଏବଂ କଟକରେ ୩୮.୨ ଡିଗ୍ରୀ ରହିଛି। ଅନ୍ୟାନ୍ୟ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିବା ଜଣାପଡ଼ିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତା ୨ଦିନ କିଛି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସମ୍ଭାବନା ରହିଛି।

Breaking News