Report Card Odisha

| Daily Odia News

ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି…..

ରିପୋର୍ଟ କାର୍ଡ / ପୁରୀ

ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ବିଭିନ୍ନ ହସ୍ପିଟାଲରେ ୧୩ ଜଣ ଚିକିତ୍ସିତ ରହିଛନ୍ତି। ଆଜି ଅତିରିକ୍ତ ଏସଆରସିଙ୍କ ଦ୍ୱାରା ପୁରୀ ସର୍କିଟ ହାଉସରେ ହେବ ତଦନ୍ତ। ଅପରାହ୍ଣ ୩ଟାରୁ ୭ଟା ମଧ୍ୟରେ ଜନତାଙ୍କ ଠାରୁ ମତଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ ପରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍‌‌ କମିଶନର ପଦ୍ମନାଭ ବେହେରା ପୁରୀ ଜିଲାପାଳଙ୍କୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶନାମା ଅନୁଯାୟୀ, ଜୁନ ୫ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୁରୀ ସ୍ୱତନ୍ତ୍ର ସର୍କିଟ୍‌‌ ହାଉସ୍‌‌ରେ ଏହି ଘଟଣାର ତଦନ୍ତ କରାଯିବ। ଏଥିରେ ମନ୍ଦିର ପ୍ରଶାସନ, ପୁଲିସ୍‌‌ ଅଧିକ୍ଷକ, ପୁରୀ ସହକାରୀ ଅଗ୍ନିଶମ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ ଏବଂ ଘଟଣା ସହ ଜଡିତ ଲୋକଙ୍କୁ ଏହି ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ଅବଗତ କରାଯାଇଛି। ସୂଚନା ଯୋଗ୍ୟ, ନରେନ୍ଦ୍ର ପୁଷ୍କରିଣୀରେ ଗତ ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ପ୍ରଥମେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।

Breaking News