Report Card Odisha

| Daily Odia News

୪ ପର୍ବତାରୋହୀ ମୃତ, ୧୮ ନିଖୋଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅସହ୍ୟ ଥଣ୍ଡାରେ ଜୀବନ ହାରିଲେ ପର୍ବତାରୋହୀ । ଉତ୍ତରାଖଣ୍ଡର ଉତ୍ତରକାଶୀ-ଟିହରି ଜନପଦ ସୀମା ନିକଟସ୍ଥ ୧୪୫୦୦ ଫୁଟ ଉଚ୍ଚତାରେ ଥିବା ସହସ୍ତ୍ରାତାଲ ଟ୍ରାକ୍‌ରେ ଘଟିଛି ଏଭଳି କିଛି ଘଟଣା। ଏଠାରେ ୪ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେବି ଆହୁରି ୧୮ ଜଣ ସେଠାରେ ଫଶି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଖରାପ ହୋଇପଡିଥିବା ସୂଚନା ମିଳିଛି। ଏମାନେ ସମସ୍ତ ପାଗ ଖରାପ ହେବା ଯୋଗୁ ରାସ୍ତା ଭୁଲି ଯାଇଥିଲା। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଜିଲ୍ଲାର ଟ୍ରାକିଂ ଏଜେନ୍ସି ମାଧ୍ୟମରେ ଏହି ସୂଚନା ମିଳିଛି। ଏହାପରେ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ମେ ୨୯ ତାରିଖରେ ଏକ ୨୨ ଜଣିଆ ଟିମ୍ ମଲ୍ଲା-ସିଲ୍ଲାରୁ କୁଶ କଲ୍ୟାଣ ବୁଗିଆଲ୍ ଦେଇ ସହସ୍ତ୍ରାତାଲ ଟ୍ରାକିଂ କରିବା ପାଇଁ ବାହାରି ଥିଲେ। ଜୁନ୍ ୨ରେ ଏହି ଦଳ ସହସ୍ତ୍ରାତାଲର କୋଖଲି ଟପ୍ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ଜୁନ୍ ୩ରେ ଏହି ଟିମ୍‌ ସହସ୍ତ୍ରାତାଲ ଅଭିମୁଖେ ଯାତ୍ରା କରିଥିଲେ। ହେଲେ ସେଠାରେ ହଠାତ୍ ଖରାପ ପାଗ, ଘନ କୁହୁଡି ଏବଂ ତୁଷାରପାତ ମଧ୍ୟରେ ଟ୍ରାକରମାନେ ଫସି ଯାଇଥିଲେ। ତାଙ୍କୁ ପୂରା ରାତି ଶୀତରେ ବିତାଇବାକୁ ପଡିଥିଲା। ଜଣେ ଟ୍ରାକର୍ ଏନେଇ ଟିମ୍‌କୁ ନେଇ ଯାଇଥିବା ଗଡ଼ୱାଲ୍ ପର୍ବତାରୋହଣ ଏବଂ ଟ୍ରେକିଂ ଏଜେନ୍ସିର ମାଲିକଙ୍କୁ ଜଣାଇଥିଲେ। ଥଣ୍ଡା ହେତୁ ଚାରିଜଣ ଟ୍ରାକରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଅସୁସ୍ଥ ଅଛନ୍ତି। ଏଥିସହ ୧୧ ଜଣ ଏବେବି ସେଠାରେ ଫଶି ରହିଥିବା ସେ କହିଥିଲେ। ଏହାପରେ ଟ୍ରାକିଂ ଏଜେନ୍ସିର ମାଲିକ ତାଙ୍କ ଟ୍ରାକିଂ ଆସୋସିଏସନର ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଆସୋସିଏସନ ଏହି ବିଷୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସୂଚନା ଦେଇଥିଲା ଏବଂ ଟ୍ରାକରମାନଙ୍କୁ ନିରାପଦ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପାଟୱାଲ କହିଛନ୍ତି ଯେ ଟ୍ରାକିଂ ଦଳରେ କର୍ଣ୍ଣାଟକର ୧୮ ଜଣ, ମହାରାଷ୍ଟ୍ରର ଜଣେ ଏବଂ ତିନି ଜଣ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ଉଦ୍ଧାର ପାଇଁ SDRF ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Breaking News