Report Card Odisha

| Daily Odia News

ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବଢ଼ିଲା ଆଇପିଏସ୍ ଆଶିଷ କୁମାର ସିଂଙ୍କ ସମସ୍ୟା । ସେ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ଥିବା ଏମ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେ ମିଛରେ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିଲା ଅଭିଯୋଗ ହୋଇଛି। ଆଶିଷ ଭୁଲ୍ ତଥ୍ୟା ପ୍ରଦାନ କରିଥିବା ପ୍ରମାଣିତ ହୋଇଛି। ଏନେଇ ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏମ୍ସ ରିପୋର୍ଟ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଆଶିଷ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ। ପୂର୍ବରୁ ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଆଶିଷ ସିଂ ଛୁଟିରେ ଯାଇଥିଲେ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର ଏମସ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରି ଆଶିଷ ସିଂ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ୍ କରି ସୁସ୍ଥ ଥିବା ରିପୋର୍ଟ ଦିଆଯାଇଛି । ଅପରପକ୍ଷରେ ସିଏମଓରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ଆପିଏସ ଅଧିକାରୀ ଡିଏସ୍ କୁଟ୍ଟେଙ୍କୁ ଆଶ୍ବସ୍ତି ମିଳିଛି। ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନିଆଯାଇଛି। ନିଲମ୍ବନ ହଟିବା ପରେ ଆଗାମୀ ପୋଷ୍ଟିଂ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ତେବେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ।
ସିଏମଓରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଡି.ଏସ କୁଟ୍ଟେଙ୍କୁ ଚଳିତ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ କରୁଥିବା ଅଭିଯୋଗରେ ନିଲମ୍ବିତ କରାଯାଇଥିଲା ।

Breaking News