Report Card Odisha

| Daily Odia News

ଆତ୍ମସନ୍ତୋଷ ଲାଭ କରିବେ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ସ୍ଥିର ସ୍ବଭାବସମ୍ପନ୍ନ ହେବେ। ବିଧିଜ୍ଞ ହୋଇପାରନ୍ତି। ସନ୍ମାର୍ଗୀ ହୋଇ କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିବେ। ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ। ଗୁଣାନ୍ବିତ ଓ ଶାସ୍ତ୍ର ବିଚକ୍ଷଣ ହେବେ। ପରୋପକାରୀ ହେବେ।
ବୃଷ: ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ। ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ।
ମିଥୁନ: ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ମତିଜ୍ଞ ହୋଇପାରନ୍ତି।
କର୍କଟ:ନିଜର ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଆୟ ଆଶାନୁରୂପ ହେବ। ସ୍ବାସ୍ଥ୍ୟପ୍ରଦ ଭୋଜନ ତୃପ୍ତିଦାୟକ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖୀ ଜୀବନ ବିତାଇବେ।
ସିଂହ: ରାଜଯୋଗ ଅଛି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ମଧୁର କଥାର ଶୈଳୀରେ ପରକୁ ଆପଣାର କରି ସମୂହ ସ୍ବାର୍ଥରେ ତାଙ୍କୁ ନିୟୋଜିତ କରିପାରନ୍ତି। ଅଭାବୀଙ୍କ ଦାରିଦ୍ର୍ୟ ଦୂର ପାଇଁ ଧନ ବ୍ୟୟ କରିବେ।
କନ୍ୟା:ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।
ତୁଳା: ସତ୍‌କର୍ମରେ ନିୟୋଜିତ ହୋଇ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସମର୍ଥ ହେବେ। ବ୍ରାହ୍ମ ମୁହୂର୍ତ୍ତରେ ଶୂନ୍ୟପୁରଷଙ୍କୁ ଧ୍ୟାନ କରି ଶରଣାଗତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଶୀର୍ଷକୁ ସ୍ପର୍ଶ କରିବେ।
ବିଛା: ପ୍ରଜ୍ଞାଦୀପ୍ତ ଭାବ ନେଇ ଆପଣ ସାଧାରଣ ନୁହନ୍ତି ଅସାଧାରଣ ଓ ମହା ଆଦର୍ଶର ଶାଣିତ ସତ୍ୟ। କ୍ଷମତା ପ୍ରାପ୍ତ ହେଲେ ବି କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଅଧସ୍ତନଙ୍କର ନମସ୍ୟ ହେବେ।
ଧନୁ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ଯିବାରେ ଅସୁବିଧା ନାହିଁ। ତଥାପି ସତର୍କରେ ଚଳିବାକୁ ପଡ଼ିବ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସେବା ପରାୟଣ ହେବେ। ଆତ୍ମଜ୍ଞାନୀ ହେବେ। ଈଶ୍ବରଙ୍କ ସେବାରେ ନିଜକୁ ସମର୍ପି ଉଜ୍ଜ୍ବଳ ପ୍ରଦୀପ ହେବେ।
କୁମ୍ଭ: ନିଜର ଶୁଭଚିନ୍ତକ ଓ ସମର୍ଥକଙ୍କ ମିଳିତ ଉଦ୍ୟମରେ ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ନିଜ ଜିଦ୍‌ରେ ଅଟଳ ରହି ସମୟକୁ ଅପେକ୍ଷା କରିବେ।
ମୀନ: ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ସ୍ବୟଂସିଦ୍ଧ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ଅହଂ ଭାବକୁ ବିସର୍ଜନ ହେଲେ ଶାଶ୍ବତ ସୁଖର ସନ୍ଧାନ ମିଳିବ। ଉଭୟ ଦମ୍ପତିଙ୍କ ପାଇଁ ଦିନଟି ସୁଖବୋଧ ଅଟେ।

Breaking News