Report Card Odisha

| Daily Odia News

ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ: ମୋଦି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ। ଏଥି ପାଇଁ ରାଜ୍ୟର ଭାଇ ଓ ଭଉଣୀମାନେ ଆଶୀର୍ବାଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ‌ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଢ଼ିଛି। ଏହି ଅବସରରେ ମୁଁ ଭୁବନେଶ୍ବରରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଅଂଶଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା କନକବର୍ନ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଉଛି। ଶପଥ ଗ୍ରହଣ କରିଥିବା ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ମୁଁ ଦୃଢ଼ତାର ସହିତ କହିବି ଏହି ଟିମ୍‌ ଓଡ଼ିଶାର ବିକାଶ ଧାରାକୁ ଆଗେଇ ନେବେ। ତୃଣମୂଳ ସ୍ତରର ଲୋକଙ୍କର ଜୀବନ ଉନ୍ନତିରେ ସହାୟକ ହେବେ।

Breaking News