Report Card Odisha

| Daily Odia News

ଦ୍ଵିତୀୟ ଦିନରେ ଶପଥ ନେବେ ୪୫ ବିଧାୟକ,ଆସନ୍ତାକାଲି ବାଚସ୍ପତି ନିର୍ବାଚନ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ତିନି ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଥମ ଦିନରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ମିଶାଇ ୧୦୨ଜଣ ନବନିର୍ବାଚିତ ବିଧାୟକ ବିଧାନସଭା ସଦସ୍ୟଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ଅବଶିଷ୍ଟ ୪୫ଜଣ ନବ ନିର୍ବାଚିତ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ କରିବାର କାର୍ଯ୍ୟକ୍ରମ ରହିଛି। ୨୦ ତାରିଖରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ରଣପୁର ବିଧାୟକ ସୁରମା ପାଢ଼ୀଙ୍କ ନାଁ ଚର୍ଚ୍ଚାରେ ରହିଛି। ଅସ୍ଥାୟୀ ବାଚସ୍ପତି ନିର୍ବାଚନ ପରିଚାଳନା ଦାୟିତ୍ବ ତୁଲାଇବେ। ଜେପି ସରକାରର ବିଧାନସଭା ଅଧିବେସନ ହୋଇଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Breaking News