ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପରାଜିତ ହୋଇଥିଲେ। ଦୀପାଳି ନିଜ ହାରକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି | ପୁଣି ଥରେ ଇଭିଏମ୍ ଯାଞ୍ଚ ପାଇଁ ସେ ଆବେଦନ କରିଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର। ଏଥିନିମନ୍ତେ ଆସନ୍ତା ଜୁଲାଇ ୧୯ ପରେ ତାରିଖ ନିର୍ଦ୍ଧାରିତ ହେବ ବୋଲି ଜଣାଯାଇଛି। ନିୟମ ମୁତାବକ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ଆଧାରରେ ୫ ପ୍ରତିଶତ ଇଭିଏମର ପୁନଃ ଗଣତି କରାଯିବ। ଏନେଇ ଦୀପାଳି ଦାସ ନିର୍ବାଚନ କମିଶନରଙ୍କ ନିକଟରେ ଆବେଦନ କରିଥିଲେ। ଯାହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର। ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ ଉପସ୍ଥିତିରେ ୧୩ଟି ବୁଥ୍ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..