Report Card Odisha

| Daily Odia News

ବିଜେଡି ସରକାରର ‘ଉପଦେଷ୍ଟା’ମାନଙ୍କୁ ହଟାଇଲେ ବିଜେପି ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ବିଜେଡି ସରକାରରେ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ପ୍ରାୟ ୧୫୦ରୁ ଅଧିକ ନେତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ଏହି ଉପଦେଷ୍ଟାମାନଙ୍କ ଯୋଗୁ ସରକାରଙ୍କ କାର୍ଯ୍ୟକ୍ରମ ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି ନିଷ୍ପତ୍ତି ନେଇଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି | ଉଲ୍ଲେଖଯୋଗ୍ୟ, ବିଜେଡି ସରକାର ନିଜର ଦଳୀୟ କର୍ମକର୍ତ୍ତାଙ୍କୁ ବିଭିନ୍ନ ବିଭାଗ ଓ ଯୋଜନାର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ।

Breaking News