ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ଧର ଜିଲ୍ଲାର ତାଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ଦର୍ଶକମାନେ ପୀଡିତାଙ୍କୁ ସାହାଯ୍ୟ କରିବାକୁ ହସ୍ତକ୍ଷେପ କରିବା ପରିବର୍ତ୍ତେ ଭିଡିଓ କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବରେ ସେୟାର ହୋଇଥିବା ଏହି ଭିଡିଓରେ ଭୟଙ୍କର ଦୃଶ୍ୟ କଏଦ ଦେଖିବାକୁ ମିଳିଛି | ଯେଉଁଠାରେ ଅନେକ ପୁରୁଷ ଜଣେ ମହିଳାଙ୍କୁ ବାଡ଼ିରେ ନିର୍ଦ୍ଦୟ ଭାବରେ ପିଟୁଥିବାର ଦେଖିବାକୁ ମିଳିଛି। ଭାଇରାଲ୍ ହେଇଥିବା ଭିଡିଓ ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଧର ପୋଲିସ ତୁରନ୍ତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରସାରିତ ହୋଇଥିଲା। ଯେଉଁଥିରେ ଜଣେ ଅଜଣା ପୁରୁଷ ଜଣେ ମହିଳାଙ୍କୁ ମାଡ ମାରୁଥିବାର ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ମାତ୍ରେ ମୋ ଦଳ ଏହି ଘଟଣା ସଂପର୍କର ଜାଣି ଯାଞ୍ଚ ଆରମ୍ଭ କରିଥିଲେ। ଘଟଣାଟି କେଉଁଠାରେ ଘଟିଥିଲା ଆମେ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ ବୋଲି ଧର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ମନୋଜ କୁମାର ସିଂ କହିଛନ୍ତି। ପୋଲିସର ଅନୁସନ୍ଧାନ ପରେ ଏହି ଆକ୍ରମଣରେ ସମ୍ପୃକ୍ତ ପ୍ରାଥମିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ନିରସିଂହ ବୋଲି ଜଣାପଡିଛି। ତାଙ୍କୁ ଗିରଫ କରାଯାଇଛି ଏବଂ ଭିଡିଓରେ ଦେଖାଯାଇଥିବା ଅନ୍ୟ ବ୍ୟକ୍ତିବିଶେଷଙ୍କୁ ଖୋଜିକି ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……