ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଲୋକସଭାରେ ୨୦୧୪ -୨୦୧୯ର ସ୍ଥିତି ବଦଳିଯାଇଛି । ୨୦୨୪ ନିର୍ବାଚନରେ ମଜବୁତ ହୋଇଛନ୍ତି ବିରୋଧୀ। ଏବେ ଲୋକସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଏହି କ୍ରମରେ ଏନଡିଏ ମେଣ୍ଟ ତରଫରୁ ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ପୁଣିଥରେ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ତରଫରୁ ସାଂସଦ କେ ସୁରେଶ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ହେଲେ ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାଁନ୍ତି ମେଣ୍ଟ ସହଯୋଗୀ ଟିଏମସି ମୁଖ୍ୟ ମମତା ବାନାର୍ଜୀ | ସୂଚନା ମୁତାବକ କଂଗ୍ରେସ ତରଫରୁ ଇଣ୍ଡିଆ ମେଣ୍ଟରୁ କେ. ସୁରେଶଙ୍କୁ ପ୍ରାର୍ଥୀ କରାଯିବା ପରେ ଟିଏମସି ଅସନ୍ତୁଷ୍ଟ ରହିଛି । ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ କହିବା କଥା ପ୍ରାର୍ଥୀ ଘୋଷଣା ପୂର୍ବରୁ ମେଣ୍ଟ ତରଫରୁ ଟିଏମସି ସହ କୌଣସି ପରାମର୍ଶ କରାଯାଇ ନାହିଁ । ଏହି କାରଣରୁ କେ. ସୁରେଶଙ୍କ ନାମାଙ୍କନ ଉପରେ ବିରୋଧୀ ମେଣ୍ଟର ସମସ୍ତ ସାଂସଦ ହସ୍ତାକ୍ଷର କରିଥିବା ବେଳେ ଟିଏମସିର କୌଣସି ସାଂସଦ ହସ୍ତାକ୍ଷର କରିନାହାଁନ୍ତି।






More Stories
ପୁଣି ମଣିପୁରରେ ହିଂସା…..
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..