Report Card Odisha

| Daily Odia News

୨ ପୋଲିସ କର୍ମଚାରୀ ନିଲମ୍ବିତ….

ରିପୋର୍ଟ କାର୍ଡ / ଭଦ୍ରକ

ଚାନ୍ଦବାଲି ଥାନା ପୋଲିସର ମହିଳା ଓ ଶିଶୁଙ୍କ ଉପରେ ଦବଙ୍ଗଗିରି ଘଟଣାରେ ୨ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଭଦ୍ରକ ଏସପି ବରୁଣ ଗୁଁଠୁପଲ୍ଲୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ଘୋଷାଡି ନେଇଥିବା ଜଣେ କନେଷ୍ଟବଳ, ଜଣେ ଏଏସଆଇ ଏବଂ ଜଣେ ହୋମ ଗାର୍ଡ ଡ୍ରାଇଭରଙ୍କୁ ଭଦ୍ରକ ଜିଲ୍ଲା ଏସପି ହେଡକ୍ୱାଟର୍ସକୁ ବଦଳି କରାଯାଇଥିଲା। ମହିଳା ପୋଲିସ କର୍ମଚାରୀଙ୍କ ବଦଳରେ ପୁରୁଷ ପୋଲିସ କର୍ମଚାରୀ ତାଙ୍କୁ ଘୋଷାଡି ଘୋଷାଡି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାରେ ଚାନ୍ଦବାଲି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଦଳିତ ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ବେଳେ ଅପରପକ୍ଷରେ କନେଷ୍ଟବଳଙ୍କୁ ଇଟା ପଥର ମାଡ଼ କରିବା ଏବଂ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଘଟଣାରେ ଥାନାରେ ମାମଲା ଏକ ମାମଲା ମଧ୍ୟ ରୁଜୁ ହୋଇଛି।

Breaking News