ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଶ୍ନପତ୍ର ଲିକ ଯୋଗୁଁ ବାତିଲ ହୋଇଥିବା ୟୁଜିସି-ନେଟ୍ ପରୀକ୍ଷା-୨୦୨୪ ପାଇଁ ସାନି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ପରୀକ୍ଷା ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୪ ମଧ୍ୟରେ ପୁନଃ ଅନୁଷ୍ଠିତ ହେବ | ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଏହା ଖାତା-କଲମରେ ଅନୁଷ୍ଠିତ ହେଉଥିବାବେଳେ ଏଥର କମ୍ପ୍ୟୁଟର ଆଧାରିତ ହେବ ବୋଲି କୁହାଯାଇଛି। ଜୁନ୍ ୧୮ରେ ଏହି ପରୀକ୍ଷା ହେବାକୁ ଥିଲା; କିନ୍ତୁ ଡାର୍କ ୱେବ୍ରେ ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ଏହାକୁ ବାତିଲ କରାଯାଇଥିଲା। ଏହି ପରୀକ୍ଷା ବାତିଲ ହେବା ଦ୍ବାରା ୧୧ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଯାଉଛି। ସେହିପରି ଜୁଲାଇ ୧୦ରେ କମ୍ପ୍ୟୁଟର ଆଧାରିତ ଏନ୍ସିଇଟି-୨୦୨୪ ଓ ଯୁଗ୍ମ ସିଏସ୍ଆଇଆର-ୟୁଜିସି ନେଟ୍ ପରୀକ୍ଷା ଜୁଳାଇ ୨୫ରୁ ୨୭ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଏନ୍ଟିଏ ବିଜ୍ଞପ୍ତିରେ ଦର୍ଶାଯାଇଛି। ସର୍ବଭାରତୀୟ ଆୟୁଷ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ଜୁଲାଇ ୬ରେ ଅନୁଷ୍ଠିତ ହେବ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….