ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସାଧାରଣ ବଜେଟ ଜୁଲାଇ ୨୩ରେ ଆଗତ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ବଜେଟ ଅଧିବେଶନ ଡକାଇବା ନେଇ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରି ଦେଇଦେଇଛନ୍ତି । ଏହି ବଜେଟ୍ ଅଧିବେଶନ ୨୨ ଜୁଲାଇରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଲୋକସଭାରେ ୨୩ ଜୁଲାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ । ଏନେଇ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । କହିରଖୁଛୁ ଫେବୃୟାରୀ ୧ରେ କାମଚଳା ବଜେଟ ଉପସ୍ଥାପନ ହୋଇଥିଲା ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..