Report Card Odisha

| Daily Odia News

କୁସୁମା ଆଲିଶାନ ବଙ୍ଗଳାକୁ ଖୁବ୍ ଶୀଘ୍ର କୌଣସି କାର୍ଯ୍ୟରେ ଲଗାଯିବ…..

ରିପୋର୍ଟ କାର୍ଡ / ଯାଜପୁର

ଯାଜପୁରର ବିବାଦୀୟ କୁସୁମା ଆଲିଶାନ ବଙ୍ଗଳାକୁ ନେଇ ଉଠିଥିବା ବିବାଦ ଉପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। କୁସୁମା ମଧ୍ୟରେ ନିର୍ମାଣ ୮ କୋଟି ଟଙ୍କାର ଆଲିଶାନ୍ ବଙ୍ଗଳା ସିଏସଆର ଫଣ୍ଡରେ ନିର୍ମାଣ ହୋଇଛି ଏବଂ ତାହା ଯାଜପୁର ପୌରପାଳିକା ଜମିରେ ହୋଇଛି ହେଲେ କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ତାହାର କୌଣସି ତଥ୍ୟ ନାହିଁ। ଏହା ସ୍ପଷ୍ଟ ହୋଇଛି କ୍ରୀଡ଼ା ବିଭାଗ ଅଧୀନରେ ନାହଁ କି କ୍ରୀଡ଼ା ବିଭାଗ ସହ ଏହାର କୌଣସି ସମ୍ପର୍କ ନାହିଁ। ପରୋକ୍ଷରେ ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି ଏହା ଏକ ବେଆଇନ ଭାବେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା, ଖୁବ ଶୀଘ୍ର ଯାଜପୁର ଜିଲ୍ଲା ପ୍ରଶାସନ ଏହାକୁ କୌଣସି ଏକ କାର୍ଯ୍ୟରେ ଲଗେଇବ। ଗତକାଲି ପୌର ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରୀଡ଼ା ବିଭାଗକୁ ଜମି ହସ୍ତାନ୍ତର ସହ ଏ ବଙ୍ଗଳା କ୍ରୀଡ଼ା ବିଭାଗକୁ ହସ୍ତାନ୍ତର କରାଯାଇଥିବା କୁହାଯାଇଥିବା ବେଳେ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି।ତେବେ ସ୍ଥାନୀୟ ଯାଜପୁର ବାସିନ୍ଦା କହିବା ଅନୁସାରେ ପୌରପାଳିକା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

Breaking News