Report Card Odisha

| Daily Odia News

ଜବରଦଖଲ ମୁକ୍ତ ହେବ ସହରାଂଚଳ ଓ ଗ୍ରାମାଂଚଳର ସରକାରୀ ଜମି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିଗୁଡ଼ିକୁ ଜବରଦଖଲମୁକ୍ତ କରିବାକୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସହର ଓ ଗାଁରେ ଜବରଦଖଲରେ ଥିବା ସରକାରୀ ଜମିଗୁଡ଼ିକୁ ଚିହ୍ନଟ କରି ପ୍ରଚଳିତ ଆଇନ ଅନୁସାରେ ତାକୁ ଜବରଦଖଲମୁକ୍ତ କରିବାକୁ କୁହାଯାଇଛି । ଏହାସହିତ ଉକ୍ତ ସରକାରୀ ଜମିଗୁଡ଼ିକୁ ତାରବାଡ଼ ଘେରାଇ ତାହା ‘ସରକାରଙ୍କ ସମ୍ପତ୍ତି’ ବୋଲି ସ୍ପଷ୍ଟ ଭାବେ ଡିସପ୍ଲେ ବୋର୍ଡ ଲଗାଇବାକୁ ପରାମର୍ଶ ଦିଆଯାଇଛି । ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟରେ ବହୁ ପରିମାଣର ସରକାରୀ ଜମି ଜବରଦଖଲରେ ରହିଥିବା ନେଇ ଉଚ୍ଚସ୍ତରୀୟ ବୈଠକରେ ସରକାର ଚିନ୍ତା ପ୍ରକଟ କରିଥିବା ସମ୍ପର୍କରେ ଅବଗତ କରାଇଛନ୍ତି । ଭୂସମ୍ବଳର ସୁପରିଚାଳନା ଓ ବିକାଶମୂଳକ କାର୍ଯ୍ୟ ଏବଂ ବିଭିନ୍ନ ଅର୍ଥନୀତିକ କାର୍ଯ୍ୟ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବା ହେଉଛି ପ୍ରଶାସନର ପ୍ରାଥମିକ କାମ ବୋଲି କହିଛନ୍ତି । ତେବେ ବହୁ ପରିମାଣର ସରକାରୀ ଜମି ଉଭୟ ସହର ଓ ଗାଁରେ ଜବରଦଖଲରେ ରହିଛି । ଯାହାଫଳରେ ବିକାଶମୂଳକ କାର୍ଯ୍ୟ ପାଇଁ ଜମି ଆବଂଟନରେ ସମସ୍ୟା ହେଉଛି । କେତେକ ଜମିରେ ବେଆଇନ ଜବଦରଖଲ ଯୋଗୁ ଆଇନଗତ ସମସ୍ୟା ମଧ୍ୟ ଲାଗି ରହିଛି । ଯାହାକି ଏକ ଚ୍ୟାଲେଞ୍ଜ ପାଲଟିଛି ।

Breaking News