ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପୂର୍ବାଞ୍ଚଳରେ ଜାରି ରହିଛି ବର୍ଷା। ଏହାର ପ୍ର୍ରଭାବରେ ଆସାମର ବନ୍ୟା ସ୍ଥିତି ଭୟଙ୍କର ହୋଇଛି। ପାଣିରେ ଉବୁଟୁବୁ ହେଉଛି ପୂରା ଆସାମ। ବନ୍ୟା ଯୋଗୁ ପ୍ରୟାୟ ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଅସାମରେ ବନ୍ୟା ଯୋଗୁ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଚରାଇଦେବରେ ୨ ଜଣ, ଗ୍ୱାଲପାଡା, ମୋରିଗାଁ, ସୋନିତପୁର ଓ ତିନସୁକିଆ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ବନ୍ୟା, ଝଡ଼ ତୋଫାନ ଓ ଭୂସ୍ଖଳନ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଜୀବନ ଯାଇଛି। ଏଥିଯୋଗୁ ପ୍ରାୟ ୭୨ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ବନ୍ୟାରେ ହିଁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଭୂସ୍ଖଳନ ଯୋଗୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଆସାମର ୬.୪୮ ଲକ୍ଷ ଲୋକ ବସବାସ କରୁଥିବା ଧୁବରୀ ଜିଲ୍ଲା ସବୁଠାରୁ ଅଧିକ ବନ୍ୟା ପ୍ରଭାବିତ ହୋଇଛି । ପୂର୍ବାତ୍ତର ରାଜ୍ୟ ଗୁଡିକରେ ଥିବା ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବିପଦ ସଂକେତ ଉପରେ ରହୁଥିବାରୁ ସବୁ ସମୟରେ ବନ୍ୟାର ଭୟ ଲାଗି ରହିଛି। ରାଜ୍ୟର ୨୯ ଜିଲ୍ଲାର ପ୍ରାୟ ୨୩,୯୬,୬୪୮ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ବେଳେ ୬୮,୭୬୮.୫ ହେକ୍ଟର ଫସଲ ଜଳମଗ୍ନ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି । ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ବାଦ୍ ପଡ଼ିନାହିଁ। ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……