ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ସରକାର ପଡୋଶୀ ରାଜ୍ୟମାନଙ୍କୁ ନିଜ ଅଞ୍ଚଳର କାଉଡ଼ି ତୀର୍ଥଯାତ୍ରୀଙ୍କୁ ପରିଚୟ ପତ୍ର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ନିକଟରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପବିତ୍ର ଶ୍ରାବଣ ମାସରେ ଅନୁଷ୍ଠିତ ହେବାକୁ ଥିବା କାଉଡ଼ି ଯାତ୍ରା ପାଇଁ ପ୍ରସ୍ତୁତି ନେଇ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂ ଏବଂ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରଶାନ୍ତ କୁମାର ପଶ୍ଚିମ ଉତ୍ତରପ୍ରଦେଶ, ମିରଟ ତଥା ଅନ୍ୟ ଚାରିଟି ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି ଭକ୍ତଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିବୃତ୍ତି ଅନୁଯାୟୀ ଅଧିକାରୀମାନେ ବୈଠକରେ କହିଛନ୍ତି ଯେ କାଉଡ଼ି ତୀର୍ଥଯାତ୍ରୀଙ୍କୁ ବର୍ଚ୍ଛା, ତ୍ରିଶୂଳ କିମ୍ବା ଅନ୍ୟ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ନେବାକୁ ଦିଆଯିବ ନାହିଁ। କାଉଡ଼ି ଯାତ୍ରା ମାର୍ଗରେ ବଡ଼ ବାଦ୍ୟଯନ୍ତ୍ର ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ, କିନ୍ତୁ ଧ୍ୱନି ନିର୍ଦ୍ଦିଷ୍ଟ ଆଇନଗତ ସୀମା ମଧ୍ୟରେ ରହିବା ଉଚିତ ଏବଂ ସିସିଟିଭି ଏବଂ ଡ୍ରୋନ୍ ମାଧ୍ୟମରେ ଯାତ୍ରା ଉପରେ ନଜର ରଖାଯିବ ବୋଲି ବିବୃତ୍ତିରେ କୁହାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂ କହିଛନ୍ତି ଯାତ୍ରା ୨୨ ଜୁଲାଇରୁ ରାଜ୍ୟରେ ଆରମ୍ଭ ହେବ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….