ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ସେନା ଗାଜାର ଏକ ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ସ୍କୁଲ ମିଳିତ ଜାତିସଂଘ(ୟୁଏନ)ର ଥିଲା, ଯେଉଁଠାରେ ଶରଣାର୍ଥୀମାନଙ୍କୁ ରଖାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଇସ୍ରାଏଲ ସେନା ପ୍ରଥମେ ସ୍କୁଲକୁ ଚାରିପଟୁ ଘେରି ଯାଇଥିଲା ଏବଂ ଏହାପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଆକ୍ରମଣରେ ସ୍କୁଲ୍ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା ଏବଂ ସେଠାରେ ରହୁଥିବା ପିଲା ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଦୁଇ ଜଣ ପିଲାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ହାତରେ ଗଭୀର ଆଘାତ ଲାଗିଛି। ୟୁଏନ ଉଦ୍ଧାରକାରୀ ଦଳଙ୍କ କହିବାନୁସାରେ, ଗତ ମାସରେ ମଧ୍ୟ ଇସ୍ରାଏଲ ସେନା ଏକ ସ୍କୁଲକୁ ଟାର୍ଗେଟ କରିଥିଲେ। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି। ୫୦ ଆହତଙ୍କ ଚିକିତ୍ସା କରାଯାଉଛି, ଅନ୍ୟ ଲୋକମାନଙ୍କର ଘଟଣାସ୍ଥଳରେ ଚିକିତ୍ସା କରାଯାଉଛି। ଅପରପକ୍ଷେ ଇସ୍ରାଏଲ ସେନା ଏହି ବିଦ୍ୟାଳୟକୁ ଆତଙ୍କବାଦୀଙ୍କ ଆଡ୍ଡା ବୋଲି କହିଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….