ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମହିଳା ଆୟୋଗଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ମହୁଆ ସୋସିଆଲ ମିଡିଆ ‘ଏକ୍ସ’ରେ କରିଥିବା ପୋଷ୍ଟରେ ରେଖାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତେଣୁ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଓ ଷ୍ଟ୍ରାଟେଜିକ୍ ଅପରେସନ (ଆଇଏଫ୍ଏସଓ) ଏହି ଘଟଣା ଉପରେ ତଦନ୍ତ କରିବ। ଗୁରୁବାର ରେଖା ଶର୍ମା ହାଥ୍ରସ ଦଳାଚକଟା ଘଟଣାସ୍ଥଳ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ରେଖାଙ୍କ ମୁଣ୍ଡ ଉପରେ ଜଣେ ବ୍ୟକ୍ତି ଛତା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଏକ୍ସରେ ପୋଷ୍ଟ କରାଯାଇଥିଲାବେଳେ ଲୋକେ ନାନା ପ୍ରକାର ମନ୍ତବ୍ୟ ଦେଇଥିଲେ। ଭିଡିଓ ଉପରେ ନିଜର ପ୍ରତିକ୍ରିୟା ରଖି ମହୁଆ ଲେଖିଥିଲେ ‘ ସେ (ରେଖା ଶର୍ମା) ତାଙ୍କ ବସ୍ (ମାଲିକ)ଙ୍କ ପାଇଜାମା ଧରିବାରେ ବ୍ୟସ୍ତ। ତେଣୁ ନିଜ ପାଇଁ ଛତା ଧରିବାକୁ ତାଙ୍କ ପାଖେ ସମୟ ନାହିଁ।’ ଦିଲ୍ଲୀ ପୋଲିସର ଏତଲା ଉପରେ ଜବାବ ଦେଇଛନ୍ତି ମହୁଆ। ରବିବାର ମହୁଆ କହିଛନ୍ତି ଯେ ସେ ଏବେ ପଶ୍ଚିମବଙ୍ଗର ନଦିଆରେ ଅଛନ୍ତି। ଦିଲ୍ଲୀ ପୋଲିସ ନଦିଆ ଆସି ତାଙ୍କୁ ଗିରଫ କରୁ ବୋଲି ମହୁଆ ଆହ୍ବାନ ଦେଇଛନ୍ତି। ମହୁଆ କହିଛନ୍ତି ଯେ ରେଖା ଶର୍ମା ଜଣେ ଏକାଧିକ ଅପରାଧରେ ଜଡିତ। ତେଣୁ ତାଙ୍କ ବିରୋଧରେ ପ୍ରଥମେ ଏତଲା ଦାୟର କରାଯାଉ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……