ରିପୋର୍ଟ କାର୍ଡ / ଭୁବନେଶ୍ଵର
୪ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଐତିହାସିକ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ପରିଦର୍ଶନ କରିଛନ୍ତି। ଉଦୟଗିରି ପାହାଡ଼ର ରାଣୀ ଗୁମ୍ଫା, ହାତୀ ଗୁମ୍ଫା, ଜମ୍ବେଶ୍ଵର ଗୁମ୍ଫା, ସର୍ପ ଗୁମ୍ଫା ଆଦି ବୁଲି ଦେଖିଛନ୍ତି। ଏହା ସହ ମହାମେଘବାହାନ ଐର ଖାରବେଳଙ୍କ ସମୟର ଗୁମ୍ଫାଗୁଡ଼ିକରେ ହୋଇଥିବା ଖୋଦେଇ କାରୁକାର୍ଯ୍ୟକୁ ମଧ୍ୟ ଦେଖିଛନ୍ତି। ଐତିହାସିକ ଉଦୟଗିରି ପାହାଡ଼ ବୁଲି ନିଜର ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସକାଳୁ ପୁରୀ ସମୁଦ୍ର ବେଳାଭୂମିରେ ରାଷ୍ଟ୍ରପତି ପ୍ରାତଃଭ୍ରମଣ କରିଥିଲେ । ଏହାପରେ ସେ ଭୁବନେଶ୍ୱର ଫେରି ପୂର୍ବାହ୍ନରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଛନ୍ତି |






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..