ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ବୋତଲ ପାଇଁ ଲମ୍ବା ଧାଡ଼ିରେ ପାଳିକୁ ଅପେକ୍ଷା କରିଛନ୍ତି ଲୋକ। ପୋଲିସ ମଧ୍ୟ ସୁରକ୍ଷା ଦେବାକୁ ଉପସ୍ଥିତ ରହିଛି । ଧାଡ଼ିରେ ଆସି ଲୋକମାନେ ମଧ୍ୟ ମାଗଣାରେ ନେଉଛନ୍ତି ଗୋଟିଏ ପରେ ଗୋଟିଏ ବୋତଲ। ନିର୍ବାଚନରେ ଜିତିତଥିବାରୁ ବିଜେପି ସାଂସଦଙ୍କ ପାଇଁ ଆୟୋଜିତ ଧନ୍ୟବାଦ ସଭାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। କର୍ଣ୍ଣାଟକାର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ ସୁଧାକର ଲୋକସଭା ନିର୍ବାଚନ ଜିତିଥିବାରୁ ତାଙ୍କ କାର୍ଯ୍ୟକ୍ରମରେ ଲୋକଙ୍କୁ ମାଗଣାରେ ବଣ୍ଟା ଯାଇଛି ମଦ। ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଗୋଟିଏ ପରେ ଗୋଟିଏ ବୋତଲ ବୋହି ନେଇଛନ୍ତି। ମାଗଣା ମଦ ପାଇଁ କାଳେ ଲୋକମାନେ ଭିଡ଼ ଜମାଇ ବିଶୃଙ୍ଖଳା ସୃଷ୍ଟି କରିବେ, ସେଥିପାଇଁ ପୁଲିସ୍ ମଧ୍ୟ ମୁତୟନ କରାଯାଇଥିଲା।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..