ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ଯୋଗଦେବ ନାହିଁ ବୋଲି ବିସିସିଆଇ(ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ) ଘୋଷଣା କରିବା ପରେ ପାକିସ୍ତାନ କଡ଼ା ଚେତାବନୀ ଦେଇଛି। ଯଦି ଭାରତୀୟ ଟିମ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବ ନାହିଁ ତାହେଲେ ଆଗାମୀ ୨୦୨୬ରେ ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବାକୁ ଥିବା ଟି-୨୦ ବିଶ୍ଵକପରେ ପାକିସ୍ତାନ ସାମିଲ ହେବ ନାହିଁ ବୋଲି କହିଛି। ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ପାକିସ୍ତାନରେ ଆୟୋଜନ ହେବା ଉପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଜୋର୍ ଦେଇଛି। ଆସନ୍ତା ୧୯ରୁ ୨୨ ଜୁଲାଇରେ ଶ୍ରୀଲଙ୍କାର କଲୋମ୍ବୋରେ ହେବାକୁ ଥିବା ଆଇସିସିର ବାର୍ଷିକ ସମ୍ମିଳନୀରେ ଯେକୌଣସି ପ୍ରକାର ହାଇବ୍ରିଡ ମଡେଲ ପ୍ରସ୍ତାବକୁ ପିସିବି ବିରୋଧ କରିବ ବୋଲି କହିଛି। ଆସନ୍ତା ବର୍ଷ ଫେବୃୟାରୀ ଏବଂ ମାର୍ଚ୍ଚରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଲାଗି ଭାରତୀୟ ଟିମ ପାକିସ୍ତାନ ଯାତ୍ରା କରିବ ନାହିଁ ବୋଲି ବିସିସିଆଇ ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏହାର ଜବାବରେ ଉପରୋକ୍ତ ଚେତାବନୀ ଦିଆଯାଇଛି।
More Stories
ଆମନ୍ତ୍ରଣ ଗ୍ରହଣ କଲେ ଆନ୍ଦୋଳନରତ ଡାକ୍ତର,ସର୍ତ୍ତ ମାନିଲେ ପଶ୍ଚିମବଙ୍ଗ ସରକାର…..
ସନ୍ଦୀପ ଘୋଷଙ୍କ ବାବଦରେ ବଡ଼ ତଥ୍ୟ ଦେଲା ସିବିଆଇ….
ଜନ୍ମଦିନ ପାଳନ କରିବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ…..