ରିପୋର୍ଟ କାର୍ଡ / ରାଉରକେଲା
ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ୨ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ରାଉରକେଲା ସହରରେ ଏପରି ଘଟଣା ଘଟିଛି। ଦୁଇ ଅଭିଯୁକ୍ତ ଦିନ ମଜୁରିଆ ହୋଇଥିବା ଜଣାଯାଇଛି। ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ବଣାଇରୁ ରାଉରକେଲା ଆଣିଥିଲେ। ସେଠାରେ ଏକ ହୋଟେଲରେ ରଖି ଗଣ ଦୁଷ୍କର୍ମ କରିଥିଲେ। ଏପରି କିଛି ଦିନ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଛାଡ଼ି ଦୁଇ ଅଭିଯୁକ୍ତ ପଳାଇଯାଇଥିଲେ। ଗତକାଲି ରାଉରକେଲା ରେଳ ଷ୍ଟେସନ ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ । ଯୁବତୀ ଜଣଙ୍କ ପୋଲିସ କୁ ଘଟଣା ସଂପର୍କରେ ଜଣାଇଥିଲେ। ପରେ ପୋଲିସ ଯୁବତୀଙ୍କର ଡାକ୍ତରମାଇନା କରିବା ପରେ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ରହିଛି ତାର ତଦନ୍ତ କରୁଛି।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..