ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମ ଭାରତରେ ଲାଗି ରହିଛି ବର୍ଷା ବିତ୍ପାତ। ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ଥାନେ, ପାଲଘର ଓ ଅନ୍ୟ ସହରରେ ବିଗିଡ଼ିବାରେ ଲାଗିଛି ସ୍ଥିତି। ଲଗାଣ ବର୍ଷାରେ ବେହାଲ ହୋଇଛି ମୁମ୍ବାଇର ଅବସ୍ଥା। ପ୍ରବଳ ବର୍ଷାରେ ବହୁ ସ୍ଥାନରେ ରାସ୍ତାଘାଟ ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି। ମୁମ୍ବାଇର ଅନ୍ଧେରୀ ଓ ଚେମ୍ବୁର ଆଦି ଅଞ୍ଚଳ ଉବୁଟୁବୁ ହେଉଛି। ପୁଣେ ଅବସ୍ଥା ସଂଘାତିକ ହେଲାଣି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। କେତେକ ସ୍ଥାନରେ ଅଣ୍ଟାଏ ପାଣି ଚାଲୁଛି। ଫଳରେ ବହୁ ଅଞ୍ଚଳ ଏବେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି। ଲଗାଣ ବର୍ଷାକୁ ଦେଖି ପୁଣେ ସମେତ ଆଖପାଖ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ମୁମ୍ବାଇର ଅଧିକାଂଶ ସ୍ଥାନରେ ଶହେ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୁଣେରେ ଲଗାଣ ବର୍ଷା ଯୋଗୁ ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ସ୍ଥିତି ଅଧିକ ଖରାପ ହେବାକୁ ଲାଗିଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନର ସହାୟତା ନେଇଛି ସେନା।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….