Report Card Odisha

| Daily Odia News

୩୦ରୁ ଭୁବନେଶ୍ବରରୁ ଦୁର୍ଗାପୁର ଉଡ଼ିବ ବିମାନ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଅଗଷ୍ଟ ୩୦ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ଉଡାଣ କରିବ। ପ୍ରତିଦିନ ଭୁବନେଶ୍ବରରୁ ଇଣ୍ଡିଗୋ ବିମାନ ଉଡାଣ କରିବ। ପୂର୍ବାହ୍ଣ ୧୧ଟା ୧୫ମିନିଟ ସମୟରେ ଭୁବନେଶ୍ବର ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ ଉଡାଣ ଆରମ୍ଭ କରି ଦୁର୍ଗାପୁରରେ ଅପରାହ୍ଣ ୧୨ଟା ୫୫ମିନିଟରେ ପହଞ୍ଚିବ। ସେହିପରି ଦୁର୍ଗାପୁରରୁ ଅପରାହ୍ଣ ୪ଟା ୩୫ମିନିଟରେ ବିମାନ ଉଡାଣ ଆରମ୍ଭ କରିବାକୁ ଥିବାବେଳେ ସନ୍ଧ୍ୟା ୬ଟା ୧୫ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବ। ଏଥିସହିତ ସପ୍ତାହ ଚାରିଦିନ ଭୁବନେଶ୍ବରରୁ ବାଗଡୋଗରା ଏବଂ ସପ୍ତାହ ତିନିଦିନ ଭୁବନେଶ୍ବରରୁ ଗୌହାଟୀକୁ ବିମାନ ଉଡାଣ କରିବ। ଏନେଇ ଦୁର୍ଗାପୁର ବିମାନ ବନ୍ଦର ନିର୍ଦେଶକ କୈଳାସ ମଣ୍ଡଳ ସୂଚନା ଦେଇଛନ୍ତି।

Breaking News