Report Card Odisha

| Daily Odia News

ଇରାନର ମୁକାବିଲା ପାଇଁ ଇସ୍ରାଏଲ ପ୍ରସ୍ତୁତ…..

An Israeli soldier operates in the Gaza Strip amid the ongoing conflict between Israel and the Palestinian Islamist group Hamas, in this screen grab obtained from a video released on January 8, 2024. Israel Defense Forces/Handout via REUTERS THIS IMAGE HAS BEEN SUPPLIED BY A THIRD PARTY

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ ଉପରେ ଯେ କୌଣସି ମୁହୂର୍ତ୍ତରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିପାରେ। ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଭିତରେ ଇସ୍ରାଏଲ ବିରୋଧରେ ଇରାନ ଅତ୍ୟନ୍ତ ଘାତକ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ପଛାଇବ ନାହିଁ ବୋଲି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଏହାକୁ ନେଇ ବିସ୍ଫୋରକ ସ୍ଥିତି ଲାଗି ରହିଛି। ଏପ୍ରିଲ ୧୩ ତାରିଖରେ ଇସ୍ରାଏଲ ଉପରକୁ ଇରାନ କ୍ଷେପଣାସ୍ତ୍ର ମାଡ଼ କରିବାର ପାଖାପାଖି ୪ ମାସ ପରେ ତେହେରାନ ଓ ଏହାର ସହଯୋଗୀମାନେ ହମାସ ମୁଖ୍ୟ ଇସ୍‌ମାଇଲ ହାନିୟେହଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଏ ପରିସ୍ଥିତିରେ ଇସ୍ରାଏଲର ଘନିଷ୍ଠ ସହଯୋଗୀ ଆମେରିକା ଇସ୍ରାଏଲକୁ ଆବଶ୍ୟକ ସାମରିକ ସାହାଯ୍ୟ ପଠାଇବା ଆରମ୍ଭ କରିଛି। ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଯବାନଙ୍କ ସୁରକ୍ଷା ଓ ଇସ୍ରାଏଲର ସୁରକ୍ଷା ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ଅତିରିକ୍ତ ଯୁଦ୍ଧ ଜାହାଜ ଓ ଲଢ଼ୁଆ ବିମାନ ମୁତୟନ କରିବା ଆରମ୍ଭ କରିସାରିଛି। ଅତିରିକ୍ତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତାସମ୍ପନ୍ନ କ୍ରୁଜର ଓ ଡେଷ୍ଟ୍ରୟରର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ପେଣ୍ଟାଗନ୍ ଅଧିକାରୀମାନେ କହିଛନ୍ତି। ରିପୋର୍ଟ ଅନୁଯାୟୀ, ଜୋ ବାଇଡେନ ପ୍ରଶାସନ ନିଶ୍ଚିତ ଯେ ଇରାନ ଚଳିତ ସପ୍ତାହ ଶେଷରେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯାଉଛି। ଏପ୍ରିଲ ୧୩ରେ ସିରିଆରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବା ପାଇଁ ହୋଇଥିବା ଆକ୍ରମଣ ତୁଳନାରେ ଏହି ଆକ୍ରମଣ ଅଧିକ ବ୍ୟାପକ ଓ ଭୟାନକ ହୋଇପାରେ ବୋଲି ଆମେରିକା ଆଶଙ୍କା କରୁଛି। ଏହି ପରିସ୍ଥିତିକୁ ଆହୁରି ଜଟିଳ କରି ହିଜବୁଲ୍ଲା ନେତା ହାସନ ନସରଲ୍ଲା ମଧ୍ୟ ଚଳିତ ସପ୍ତାହ ପ୍ରାରମ୍ଭରେ ବେରୁତରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ର ଜବାବ ଦେବାକୁ ଧମକ ଦେଇଛନ୍ତି, ଯେଉଁଥିରେ କମାଣ୍ଡର ଫୁଆଦ ଶୁକ୍ର ନିହତ ହୋଇଥିଲେ। ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ ଉପରେ ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣ ଆଶଙ୍କା କରାଯାଉଛି। ତେବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ମୁଖପାତ୍ର କହିଛନ୍ତି ଯେ ଏହାର ଅନ୍ତର୍ଜାତୀୟ ସହଯୋଗୀମାନେ ଏହି ଅଞ୍ଚଳରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିଛନ୍ତି। ମଧ୍ୟପ୍ରାଚ୍ୟରେ ବ୍ୟାପକ ଆଞ୍ଚଳିକ ସଂଘର୍ଷ ଆଶଙ୍କାରେ ଏୟାର ଇଣ୍ଡିଆ ସମେତ ଅନେକ ଆମେରିକୀୟ ଓ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଇସ୍ରାଏଲକୁ ବିମାନ ଉଡ଼ାଣ ବନ୍ଦ କରିଛନ୍ତି।

Breaking News