ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆସନ୍ତା ୧୦ ତାରିଖରେ ଶେଷ ହେବ। ନାମଲେଖା ସରିବା ପରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ସବୁ କନିଷ୍ଠ ମହାବିଦ୍ୟାଳୟ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା ୧୨ ତାରିଖ ପୂର୍ବାହ୍ଣ ୧୧ଟାରେ ଷ୍ଟୁଡେଣ୍ଟ ଏକାଡେମୀ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଚଏସ୍ ଲକିଂ(ମନୋନୟନ ଦାଖଲ) କରିବେ। ପାଠ ପଢ଼ିବାକୁ ଆଗ୍ରହୀ ଶିକ୍ଷାନୁଷ୍ଠାନ ନାମରେ ଚଏସ୍ ଲକିଂ କରିବାକୁ ପଡ଼ିବ। ୧୪ ତାରିଖ ରାତି ୧୧ଟା ୪୫ ସ୍ପଟ୍ ନାମଲେଖା ପାଇଁ ଆବେଦନର ଅନ୍ତିମ ତାରିଖ ରହିଛି। ଆସନ୍ତା ୨୦ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିଦ୍ୟାର୍ଥୀ ଆଭାସି (ଅନ୍ଲାଇନ୍)ରେ ସାମ୍ସ ୱେବ୍ସାଇଟ୍ରୁ ଆମନ୍ତ୍ରଣପତ୍ର (ଇଣ୍ଟିମେସନ୍ ଲେଟର) ଡାଉନଲୋଡ୍ କରିପାରିବେ। ୨୨ରୁ ୨୮ ମଧ୍ୟରେ ନାମଲେଖା ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେବେ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..