Report Card Odisha

| Daily Odia News

ମହମ୍ମଦ ୟୁନୁସ ଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଶାନ୍ତ ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇଛନ୍ତି। ବଙ୍ଗଭବନରେ ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ତାଙ୍କୁ ଶପଥପାଠ କରାଇଥଲେ। ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା ପରେ ମହମ୍ମଦ ୟୁନୁସ କହିଛନ୍ତି ଯେ ସେ ସମ୍ବିଧାନକୁ ମାନିବେ ଓ ଏହାର ସୁରକ୍ଷା କରିବେ। ସେ ସଚ୍ଚୋଟତାର ସହିତ ତାଙ୍କୁ ଦିଆଯାଇଥିବା କାର୍ଯ୍ୟ ସଂପାଦନ କରିବେ। ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତା’ସହିତ ମୋଦି କହିଛନ୍ତି, ବାଂଲାଦେଶର ପରିସ୍ଥିତି ଖୁବଶୀଘ୍ର ସାଧାରଣ ହୋଇଯିବ ବୋଲି ଭାରତ ଆଶା କରୁଛି, ଯାହା ସେଠାରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିବ। ଉଭୟ ଦେଶର ଶାନ୍ତି, ସୁରକ୍ଷା ଓ ବିକାଶକୁ ବଜାୟ ରଖିବାକୁ ଭାରତ ଏବେବି ବାଂଲାଦେଶ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।

Breaking News