ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ଦୁର୍ନୀତି ସଂକ୍ରାନ୍ତ ସିବିଆଇ ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାରବିଭାଗୀୟ ହାଜତ ମିଆଦ ଅଗଷ୍ଟ ୨୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଜୁନ୍ରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜୁନ୍ ୨୧ ତାରିଖରେ ତିହାର ଜେଲ୍ରୁ କେଜ୍ରିୱାଲ ବାହାରିବା ପୂର୍ବରୁ ତାଙ୍କୁ ସିବିଆଇ ଗିରଫ କରିଥିଲା। ୧୨ ଜୁଲାଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ନିୟମିତ ଜାମିନ ପ୍ରଦାନ କରିଥିଲେ। ତେବେ ସିବିଆଇର ଗିରଫକୁ ବିରୋଧ କରି କେଜ୍ରିୱାଲ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚନ୍ୟାୟାଳୟ ସିବିଆଇ ଦ୍ବାରା କେଜ୍ରିୱାଲଙ୍କ ଗିରଫକୁ ଯଥାର୍ଥ ବୋଲି ଦର୍ଶାଇଥିଲେ।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..