Report Card Odisha

| Daily Odia News

ରାଜଧାନୀରେ ଡବଲ ମର୍ଡର ଘଟଣା:ଦୁଇ ଗିରଫ,ଠାବ ହେଲା ବାଇକ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗାଡି ପାର୍କିଂକୁ ନେଇ ରାଜଧାନୀରେ ଡବଲ ମର୍ଡର ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଏପରିକି ଅଭିଯୁକ୍ତଙ୍କ ଦ୍ଵାରା ବ୍ୟବହାର ହୋଇଥିବା ବାଇକକୁ ପୁରୀ ବସଷ୍ଟାଣ୍ଡରୁ ଜବତ କରିଛି ସ୍ପେଶାଲ ସ୍କ୍ଵାର୍ଡ। ୭ ତାରିଖ ରାତିରେ ପାର୍କିଂ ବିବାଦରୁ ରାଜଧାନୀରେ ଡବଲ ମର୍ଡର ହୋଇଥିଲା।ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ରଶ୍ମୀରଞ୍ଜନ ସେଠୀ ଓ ଜୁଲୁ ସେଠୀ ବୋଲି ଜଣାପଡିଛି। ଗତ କିଛି ଦିନ ତଳେ କାର ପାର୍କିଂକୁ ନେଇ କଲ୍ୟାଣୀ ପ୍ଲାଜାର ମେଣ୍ଟେନାନ୍ସ ଦାୟିତ୍ଵରେ ଥିବା ବାପିଙ୍କ ସହ ଝଗଡା ହୋଇଥିଲା। ୭ ତାରିଖ ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା। ବାପି ଓ ତାଙ୍କ ସହଯୋଗୀ ମାରଣାସ୍ତ୍ରରେ ରଶ୍ମୀରଞ୍ଜନ ଓ ତାଙ୍କ ବନ୍ଧୁ ଜୁଲୁଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଏଥିରେ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ଵର ଡିସିପି ବୁଧବାର ଘଟଣାସ୍ଥଳକୁ ଯାଇ ନିଜେ ଛାନଭିନ୍ କରିଥିଲେ। ତେବେ ପୁଲିସ୍ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆଜି ସିନ୍ ରିକ୍ରିଏସନ୍ ହେବ ବୋଲି ସୂଚନା ମିଳିଛି।

Breaking News