ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାହୁଲ ଗାନ୍ଧି ହେଉଛନ୍ତି ସବୁଠୁ ବିପଜ୍ଜନକ ବ୍ୟକ୍ତି। କେବଳ ସେତିକି ନୁହେଁ ସେ ବିଷାକ୍ତ ଓ ବିଧ୍ୱଂସକାରୀ ମଧ୍ୟ।ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଏଭଳି କିଛି କହି ବର୍ଷିଛନ୍ତି ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ଆଦାନୀ ଗ୍ରୁପ ଓ ସେବି ମୁଖ୍ୟଙ୍କ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚର ବଡ଼ ଅଭିଯୋଗ ପରେ ଚାରିଆଡେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ବର୍ତ୍ତମାନ ବିରୋଧୀମାନେ SEBI ମୁଖ୍ୟଙ୍କ ଇସ୍ତଫା ଏବଂ ଜେପିସି ତଦନ୍ତ ଦାବି କରୁଛନ୍ତି। ସେପଟେ ଏହାକୁ ନେଇ ଆଜି ମଣ୍ଡି ସାଂସଦ କଙ୍ଗନା ରଣାଓ୍ୱତ ରାହୁଲ ଗାନ୍ଧିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କଙ୍ଗନା ସୋଶାଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ‘ରାହୁଲ ଗାନ୍ଧି ହେଉଛନ୍ତି ସବୁଠୁ ବିପଜ୍ଜନକ ବ୍ୟକ୍ତି। ସେ କଟୁ, ବିଷାକ୍ତ ଓ ବିଧ୍ୱଂସକାରୀ ଅଟନ୍ତି। ଯଦି ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ତେବେ ଏହି ଦେଶକୁ ନଷ୍ଟ କରିବା ହେଉଛି ତାଙ୍କର ଏଜେଣ୍ଡା। ଆମ ଷ୍ଟକ୍ ମାର୍କେଟକୁ ସିଧାସଳଖ ଟାର୍ଗେଟ କରୁଥିବା ହିଣ୍ଡେନବର୍ଗର ରିପୋର୍ଟ ଗତକାଲି ବେକର ପ୍ରମାଣିତ ହୋଇଛି। ଯାହାକୁ ରାହୁଲ ଗାନ୍ଧି ସମର୍ଥନ କରୁଥିଲେ। ତାଙ୍କ ସମର୍ଥନ ଏବେ ବେକାର ବୋଲି ପ୍ରମାଣିତ ହୋଇଛି।’ କଙ୍ଗନା ନିଜ ପୋଷ୍ଟରେ ଆହୁରି ଲେଖିଛନ୍ତି, ‘ସେ ଦେଶର ସୁରକ୍ଷା ଓ ଅର୍ଥନୀତିକୁ ଅସ୍ଥିର କରିବା ପାଇଁ ସବୁ ସମ୍ଭବ ଚେଷ୍ଟା କରୁଛନ୍ତି। ମିଷ୍ଟର ଗାନ୍ଧି, ଆପଣ ସାରା ଜୀବନ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ ରୁହନ୍ତୁ। ଆପଣ ଯେଉଁ ପ୍ରକାର ପୀଡିତ ଅଛନ୍ତି, ସେହି ପ୍ରକାରେ ଏହି ଦେଶର ଲୋକଙ୍କ ଗର୍ବ, ବିକାଶ ଏବଂ ଜାତୀୟତାବାଦକୁ ଦେଖି ଯନ୍ତ୍ରଣା ଭୋଗନ୍ତୁ। ସେମାନେ କଦାପି ଆପଣଙ୍କୁ ସେମାନଙ୍କର ନେତା କରିବେ ନାହିଁ। ତୁମେ ଏକ କଳଙ୍କ।’ କହିରଖୁ ଯେ, ଗତକାଲି ଲକୋସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସେବି ମୁଖ୍ୟଙ୍କ ବିରୋଧରେ ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗକୁ ନେଇ ସରକାରଙ୍କୁ କଡ଼ା ଟାର୍ଗେଟ୍ କରିଥିଲେ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..