ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀ ଆଉ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ | ଏନକାଉଣ୍ଟରରେ ଜଣେ ଆର୍ମି କ୍ୟାପ୍ଟେନ ସହିଦ ହୋଇଛନ୍ତି। କ୍ୟାପ୍ଟେନ ଦୀପକ ସିଂହ ଆତଙ୍କବାଦୀଙ୍କ ଗୁଳିରେ ଦେଶ ପାଇଁ ଜୀବନ ଦେଇଥିବା ସେନା ପକ୍ଷରୁ ନିଶ୍ଚିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଡୋଡାର ଅସାର ଅଞ୍ଚଳରେ ଥିବା ଶିବଗଡ଼-ଅସାର ବେଲ୍ଟରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ୪ରୁ ଅଧିକ ଆତଙ୍କବାଦୀ ଜଙ୍ଗଲ ଭିତରେ ଲୁଚି ରହିଥିବାରୁ ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟର ସୁରକ୍ଷାକର୍ମୀମାନେ ଗୋଟିଏ ଏମ ୪ ରାଇଫଲ, କିଛି ପୋଷାକ ଓ ୩ଟି ପଥର ବସ୍ତା ଠାବ କରିଥିଲେ। ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀମାନେ ନିଶ୍ଚିତ ହେବା ପରେ କ୍ୟାପ୍ଟେନ ଦୀପକ ସିଂହଙ୍କ ନେତୃତ୍ୱରେ ଅପରେସନକୁ ଆହୁରି ଜୋରଦାର କରାଯାଇଥିଲା। କ୍ୟାପ୍ଟେନ ଦୀପକ ହେଉଛନ୍ତି ଆର୍ମିର କ୍ରପ୍ସ ଅଫ ସିଗ୍ନାଲର ସଦସ୍ୟ। ସେ ୪୮ ରାଷ୍ଟ୍ରୀୟ ରାଇଫଲ୍ସକୁ ଡେପୁଟେସନରେ ଯାଇଥିଲେ। ଆଜି ତାଙ୍କୁ ଫିଲ୍ଡ ମେଜର ଭାବେ ପୂରା ଅପରେସନର ନେତୃତ୍ୱ ମିଳିଥିଲା। ସେ ନିଜର ୟୁନିଟ ସହ ଆଗକୁ ବଢ଼ୁଥିବା ବେଳେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……