ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘କାସ୍’ରେ ଭିନେଶ ଫୋଗଟଙ୍କ ଆବେଦନ ଖାରଜ ହୋଇଛି । କୁସ୍ତିରେ ଯୁଗ୍ମ ରୌପ୍ୟ ପଦକ ପାଇଁ ଭିନେଶ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଛି । ଏହି ନିଷ୍ପତ୍ତି ଭିନେଶଙ୍କ ସମେତ ସାରା ଦେଶବାସୀଙ୍କୁ ନିରାଶ କରିଛି । କହିରଖୁଛୁ ଅଧିକ ଓଜନ ପାଇଁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ । ଏହା ପରେ ସେ କୋର୍ଟ ଅଫ୍ ଆର୍ବିଟ୍ରେଶନ ଫର୍ ସ୍ପୋର୍ଟ(CAS)ରେ ଆବେଦନ କରିଥିଲେ । କାସ୍ ଏହି ମାମଲାରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତିର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..