ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ଓ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୩ଟି ପର୍ଯ୍ୟାୟରେ ଜମ୍ମୁ-କାଶ୍ମୀର ଭୋଟ୍ ଗ୍ରହଣ ହେବ। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫, ଅକ୍ଟୋବର ୧ ରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଅକ୍ଟୋବର ୪ ରେ ଜମ୍ମୁ-କାଶ୍ମୀର ନିର୍ବାଚନ ଭୋଟ ଗଣତି ହେବ। ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ| ଅକ୍ଟୋବର ୪ରେ ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ୍ ଗଣତି ହେବ। ଅଗଷ୍ଟ ୨୦ରେ ଜମ୍ମୁ-କାଶ୍ମୀର ଭୋଟର ତାଲିକା ଆସିବ । ଜମ୍ମୁ-କାଶ୍ମୀରରେ ୨୦ ଲକ୍ଷ ଯୁବ ଭୋଟର ରହିଛନ୍ତି । ହରିୟାଣାର ଭୋଟର ତାଲିକା ଅଗଷ୍ଟ ୨୭ରେ ଆସିବା ସହ ଏଠାରେ ୨ କୋଟି ୧ ହଜାର ଭୋଟର ରହିଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..