Report Card Odisha

| Daily Odia News

ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମୋତେ ଜେଲ୍‌ରେ ରଖିବାକୁ ଷଡଯନ୍ତ୍ର ହୋଇଥିଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବରିଷ୍ଠ ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆ ପଟପଡ଼ଗଞ୍ଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଭେଟି କହିଥିଲେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମୋତେ ଜେଲ୍‌ରେ ରଖିବାକୁ ବିଜେପି କରିଥିବା‌ ଷଡଯନ୍ତ୍ର ବିଫଳ ହୋଇଛି। କୌଣସି ଦଳର ନେତାଙ୍କ ନାମ ନ ନେଇ ସେ କହିଛନ୍ତି ଆତଙ୍କବାଦୀ ତଥା ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ବିରୋଧରେ ଲଗାଯାଉଥିବା ଦଫା ଭଳି ମୋ ବିରୋଧରେ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କେନ୍ଦ୍ର ସରକାରୀ ଏଜେନ୍ସିମାନେ ମାମଲା ଦାଏର କରିଛନ୍ତି। ଏହା ଯୋଜନାବଦ୍ଧ ଭାବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ହେଉଛି। ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଶୀଘ୍ର ଜେଲରୁ ବାହାରିବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସିସୋଡିଆ କହିଛନ୍ତି, ମୁଁ ୧୭ ମାସ ପରେ ପାଟପଡ଼ଗଞ୍ଜର ମୋର ଭାଇ ଓ ଭଉଣୀମାନଙ୍କ ମଧ୍ୟକୁ ଆସିଛି। ସିସୋଡିଆ ଏକ୍ସରେ ଲେଖିଛନ୍ତି, ମୋର ପ୍ରିୟ ବନ୍ଧୁ ତଥା ରାଜନୈତିକ ଗୁରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଶୀଘ୍ର ଜେଲ୍‌ରୁ ମୁକୁଳିବାକୁ ଯାଉଛନ୍ତି। ସେ ଦେଶରେ ଚାଲିଥିବା ଏକଛତ୍ରବାଦୀ ଶାସନ ବିରୋଧରେ କଠୋର ଲଢ଼େଇ ଜାରି ରଖିଛନ୍ତି। ଆମେ ଗର୍ବିତ ଯେ ଆମେ ଜଣେ ଦେଶପ୍ରେମୀ ତଥା ବୈପ୍ଳବିକ ନେତାଙ୍କ ସୈନିକ। ସେ ଏକଛତ୍ରବାଦୀ ଶାସକଙ୍କ ଆଗରେ ଆଣ୍ଠୁମାଡି ବସିବା ବଦଳରେ ଜେଲ୍ ଯିବାକୁ ପସନ୍ଦ କରିଥିଲେ। ଆଜି ଦେଶର ଗଣତନ୍ତ୍ର ଅରବିନ୍ଦ କେଜ୍ରିୱାଲଙ୍କ ରୂପରେ ବନ୍ଦୀ ହୋଇଛି ବୋଲି ସିସୋଡ଼ିଆ କହିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ସୁପ୍ରିମକୋର୍ଟ ସିସୋଡିଆଙ୍କୁ ଏକ୍ସାଇଜ୍ ନୀତି ସହ ଜଡିତ ଏକ ମାମଲାରେ ଜାମିନ ପ୍ରଦାନ କରିଥିଲେ।

Breaking News