ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହରାଷ୍ଟ୍ରର ଥାନେରେ ଥିବା ଗୋଟିଏ ବଡ଼ ସ୍କୁଲରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ସୁଇପର ଯୌନ ନିର୍ଯାତନା ଦେବା ଘଟଣା ଭୟଙ୍କର ରୂପ ଧାରଣ କରିଛି। ଏପରି ଏକ ଲଜ୍ଜାଜନକ ଘଟଣା ବିରୋଧରେ ତାତିଛନ୍ତି ଲୋକ। କୋଲକାତା ମୁମ୍ବାଇ ନିଟକସ୍ଥ ବଦଲାପୁର ରେଳ ଷ୍ଟେନରେ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ଶହଶହ ଲୋକ ଏକାଠି ହୋଇ ଘଟଣାକୁ ବିରୋଧର କରିବା ସହ ରେଳ ଚଳାଚଳ ବନ୍ଦ କରି ଦେଇଛନ୍ତି। ଲୋକମାନେ ଟ୍ରାକ ଉପରେ ବସି ରହି ବିକ୍ଷୋଭ କରୁଥିବା ଯାତାୟାତ ବାଧ୍ୟପ୍ରାପ୍ତ ହୋଇଛି। ସେହିପରି ଘଟଣା ଘଟିଥିବା ସ୍କୁଲରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା ହୋଇଛି। ବିକ୍ଷୋଭକାରୀଙ୍କୁ ରେଳ ଧାରଣାରୁ ଉଠାଇବା ବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଏପରି କି ପୋଲିସ ଉପରକୁ ମଧ୍ୟ ବିକ୍ଷୋଭକାରୀ ପଥର ମାଡ଼ କରିଛନ୍ତି। କେନ୍ଦ୍ରୀୟ ରେଳବାଇର ସିପିଆରଓ କହିଛନ୍ତି, “ବଦଲାପୁରରେ ଥିବା ଗୋଟିଏ ସ୍କୁଲରେ ୨ ଜଣ ୪ ବର୍ଷୀୟ ପିଲାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ବିକ୍ଷୋଭ ହୋଇଛି। ବିକ୍ଷୋଭକାରୀମାନେ ବଦଲାପୁର ଠାରେ ଲୋକାଲ ଟ୍ରେନଗୁଡ଼ିକୁ ଅଟକାଇ ଦେଇଛନ୍ତି। ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।” ଗତ ସପ୍ତାହରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ସ୍କୁଲରେ ନୂଆ କରି ନିଯୁକ୍ତି ପାଇଥିବା ଜଣେ ସୁଇପର ଶୌଚାଳୟ ନେବା ନାଁରେ ଯୌନ ନିର୍ଯାତନା ଦେଇଥିଲେ। ଏହା ବିରୋଧରେ ବଦଲାପୁରର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବଦଲାପୁର ଷ୍ଟେସନରେ ସେମାନେ ବିକ୍ଷୋଭ କରୁଥିବାରୁ ଲୋକଲ ଟ୍ରେନର ଯାତାୟାତ ପ୍ରଭାବିତ ହୋଇଛି। ୨ ନର୍ସରୀ ଛାତ୍ରୀ ଯୌନ ଶୋଷଣ ଶିକାର ହୋଇଥିବା ସେମାନଙ୍କ ପରିବାର ଲୋକ ଅଗଷ୍ଟ ୧୮ରେ ଜାଣିବା ପରେ ଏଫଆଇଆର କରିଥିଲେ। ଶନିବାର ପୋଲିସ ୨୪ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଥିଲା। ହେଲେ ପୋଲିସ ତଦନ୍ତରେ ପରିବାର ଲୋକ ସନ୍ତୁଷ୍ଟ ହୋଇନାହାନ୍ତି। ଅଭିଯୋଗର ୧୨ ଘଣ୍ଟା ପରେ ପୋଲିସ ଏଫଆଇଆର ରୁଜୁ କରିଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ପ୍ରିନ୍ସିପାଲ, ଶ୍ରେଣୀ ଶିକ୍ଷକ ଓ ମହିଳା ଆଟେଡାଣ୍ଟଙ୍କୁ ନିଲମ୍ବିତ କରିଛନ୍ତି। ତେବେ ଛାତ୍ରୀମାନଙ୍କ ପାଇଁ କେମିତି ଜଣେ ପୁରୁଷ ସୁଇପରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିଯୁକ୍ତି ଦେଲେ, ତା’କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..