Report Card Odisha

| Daily Odia News

ମଝି ଆକାଶରେ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେରଳର ଥିରୁଭାନନ୍ଥପୁରମ ବିମାନବନ୍ଦରରେ ଅବତରଣ ପୂର୍ବରୁ ଏକ ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଧମକ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିମାନବନ୍ଦରରେ ଜରୁରୀ ପରିସ୍ଥିତି ଘୋଷଣା କରିବା ସହିତ ମୁମ୍ବଇରୁ ଥିରୁଭାନନ୍ଥପୁରମ ଆସିଥିବା ଉକ୍ତ ବିମାନକୁ ପୃଥକ ଭାବେ ଅଲଗା ସ୍ଥାନରେ ରଖାଯାଇଛି। ମୁମ୍ବଇରୁ ଆସିଥିବା ଏହି ବିମାନ(ଏଆଇ ୬୫୭)ଟି ଗୁରୁବାର ସକାଳେ ଥିରୁଭାନନ୍ଥପୁରମ ବିମାନବନ୍ଦରରେ ପହଞ୍ଚିଥିଲା। ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ ସକାଳ ପ୍ରାୟ ସାଢ଼େ ୭ଟାରେ ପାଇଲଟଙ୍କୁ ଫୋନ ଜରିଆରେ ବିମାନକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା। ତୁରନ୍ତ ସେ ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ତ୍ଵରିତ ପଦକ୍ଷେପ ନିଆଯାଇଥିଲା। ଏହା ପରେ ସୁରକ୍ଷିତ ଭାବେ ବିମାନଟି ଅବତରଣ କରିଥିଲା। ବିମାନଟିରେ ୧୩୫ ଯାତ୍ରୀ ଥିଲେ। ତେବେ କିଏ ଏବଂ କେଉଁଠାରୁ ଏହି ଧମକ ମିଳିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Breaking News