ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ପରିଚିତ ମାରିଆ ବ୍ରାନ୍ୟାସ ମୋରେରାଙ୍କର ଦେହାନ୍ତ ହୋଇଛି | ସେ ସ୍ପେନରେ ୧୧୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଇ ଗତି କରିଥିବା ଏହି ମହିଳାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ମୃତ୍ୟୁ ବେଳକୁ ମାରିଆଙ୍କୁ ୧୧୭ ବର୍ଷ ୧୬୮ ଦିନ ବୟସ ହୋଇଥିଲା, ଯାହା ତାଙ୍କୁ କେବଳ ସବୁଠାରୁ ବୟସ୍କ ଜୀବିତ ବ୍ୟକ୍ତି ନୁହେଁ ବରଂ ଇତିହାସର ଅଷ୍ଟମ ବୟସ୍କ ବ୍ୟକ୍ତି ମଧ୍ୟ କରିଥିଲା। ତାଙ୍କର ଅବିଶ୍ୱସନୀୟ ଜୀବନ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଚାଲିଥିଲା, ଯେଉଁଥିରେ ସେ ଦୁଇଟି ବିଶ୍ୱଯୁଦ୍ଧ, ସ୍ପେନିସ୍ ଗୃହଯୁଦ୍ଧ, ସ୍ପାନିଶ ଫ୍ଲୁ ଏବଂ କୋଭିଡ୍-୧୯ ମହାମାରୀ ଦେଖିଥିଲେ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..