ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ହଙ୍ଗାମା କରିଛନ୍ତି ବିରୋଧୀ । ଚିକିଟି ମଦ ମୃତ୍ୟୁକୁ ନେଇ ଆଜି ବି ଗୃହ ହୁଲସ୍ତୁଲ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟରେ ହଟ୍ଟଗୋଳ କରିଛନ୍ତି। ମହିଳା ବାଚସ୍ପତିଙ୍କ ଆଗରେ ବିଜେଡି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ଉଦ୍ୟମ କରିଛି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେଡିର ଦୁଇ ଜଣ ବିରୋଧୀ ସଦସ୍ୟ ବାଚସ୍ପତିିଙ୍କ ପୋଡିୟମ ଉପରକୁ ଚଢି ଯାଇଛନ୍ତି। ସୋର ବିଧାୟକ ମାଧବ ଧଡା ଏବଂ ଦେବଗଡ ବିଧାୟକ ରୋମାଞ୍ଚ ବିଶ୍ଵାଳ ପୋଡିୟମ ଉପରକୁ ଚଢିଯାଇଥିଲେ। ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି |






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..