ରିପୋର୍ଟ କାର୍ଡ / ସମ୍ବଲପୁର
କଲରାପତରିଆ ବାଘକୁ ଶିକାର କରି ମାଂସକୁ ରୋଷେଇ କରି ଖାଇଛି ଶିକାରୀ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ। ଏହି ଘଟଣାରେ ବନ କର୍ମଚାରୀ ୩ ଜଣ ଶିକାରୀକୁ ଗିରଫ କରିଛି। ଗତକାଲି ରାତିରେ ବନ ବିଭାଗର ଟିମ୍ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ହିରାଲୋଇ ଗାଁ ପାଖ ଜଙ୍ଗଲରେ ଚଢ଼ାଉ କରିଥିଲା। ହଠାତ୍ ବନ ବିଭାଗ ଟିମ୍ର ଚଢ଼ାଉ ନେଇ କିଛି ଶିକାରୀ ଛତ୍ର ଭଙ୍ଗ ଦେଇଥିଲେ। ବନ ବିଭାଗ କର୍ମଚାରୀ ୩ ଜଣ ଶିକାରୀକୁ କାବୁ କରିବା ସହ କଲରାପତରିଆ ବାଘର ଛାଲ, ମୁଣ୍ଡ, କିଛି ରନ୍ଧା ଓ କଞ୍ଚା ମାଂସ ଜବତ କରିଥିଲେ। ଏଥିସହ ଗୋଟିଏ ବିଦେଶୀ ବନ୍ଧୁକ ଓ ଗୁଳି ବି ଜବତ କରିଥିଲେ। କିଛି ରନ୍ଧା ମାଂସ ଜବତ ହୋଇଥିବାର ଶିକାରୀ ମାନେ ବାଘକୁ ମାରି ତାକୁ ରୋଷେଇ କରି ଖାଉଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ରେଢ଼ାଖୋଲ ଡିଏଫଓ ସୂଚନା ଦେଇଛନ୍ତି।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..