ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ଆଜି ବିଶାଖାପାଟଣାରେ ନିଜର ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଅରିଘାତକୁ ନୌସେନାରେ ସାମିଲ କରିଛି। ଅରିହନ୍ତ ଶ୍ରେଣୀର ଏହି ବୁଡ଼ାଜାହାଜ ଭାରତର ଆଣବିକ ଶକ୍ତିକୁ ସୁଦୃଢ଼ କରିବା ସହ ପରମାଣୁ ପ୍ରତିରୋଧ ଶକ୍ତି ବୃଦ୍ଧି କରିବ। ଆଇଏନଏସ ଅରିଘାତ ରଣନୈତିକ ସନ୍ତୁଳନ ଓ ଶାନ୍ତି ପ୍ରତିଷ୍ଠା କରିବାରେ ସହାୟକ ହେବ ଏବଂ ଦେଶର ସୁରକ୍ଷାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଣବିକ କ୍ଷେପଣାସ୍ତ୍ର ଉତ୍ପାଦନ ସମାରୋହରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନାର ଏହି ମାଇଲଖୁଣ୍ଟକୁ ଦେଶ ପାଇଁ ଏକ ଉପଲବ୍ଧି ବୋଲି ବର୍ଣ୍ଣନା କରିବା ସହ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅତୁଟ ସଂକଳ୍ପର ପ୍ରମାଣ ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଇଏନଏସ ଅରିଘାତ ନିର୍ମାଣରେ ଉନ୍ନତ ଡିଜାଇନ ଏବଂ ଉତ୍ପାଦନ ପ୍ରଯୁକ୍ତି, ବିସ୍ତୃତ ଗବେଷଣା ଏବଂ ବିକାଶ, ସ୍ୱତନ୍ତ୍ର ସାମଗ୍ରୀର ବ୍ୟବହାର, ଜଟିଳ ଇଞ୍ଜିନିୟରିଂ ଏବଂ ଉଚ୍ଚ କୁଶଳୀ କାରିଗରୀ ବ୍ୟବହାର ହୋଇଛି। ଦେଶର ଆଣବିକ ବୁଡ଼ାଜାହାଜରେ ସ୍ୱଦେଶୀ ପ୍ରଣାଳୀ ଏବଂ ଉପକରଣ ରହିଛି ଯାହାକୁ ଭାରତୀୟ ବୈଜ୍ଞାନିକ, ଶିଳ୍ପ ଏବଂ ନୌସେନା କର୍ମଚାରୀମାନେ ପରିକଳ୍ପନା, ଡିଜାଇନ୍ ଏବଂ ଉତ୍ପାଦନ କରିଛନ୍ତି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..