ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ସେପ୍ଟେମ୍ବର ୨, ୯ ଏବଂ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସଂପ୍ରତି ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ ଏବଂ ସେପ୍ଟେମ୍ବର ୯ ତାରିଖରେ ନୂଆଖାଇ ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ସରକାରୀ ଛୁଟି ଓ ସେପ୍ଟେମ୍ବର ୧୬ ତାରିଖରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ସରକାରୀ ଛୁଟି ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ତରଫରୁ କୁହାଯାଇଛି।
More Stories
ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ସାତ ଗ୍ୟାରେଣ୍ଟି…..
ପୁଅକୁ ଧରି ନଦୀକୁ ଡେଇଁଲା ମାଆ….
ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ଜାମିନ…..