Report Card Odisha

| Daily Odia News

ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାଇବର ଠକମାନେ ସାଧାରଣ ଲୋକଙ୍କୁ ତ କେତେବେଳେ ଆଇପିଏସ୍‌ ଅଫିସରଙ୍କୁ କରୁଛନ୍ତି ମୋହରା । ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ଫଟୋ ଲଗାଇ ଲୋକଙ୍କୁ ମାଗୁଛନ୍ତି ଠକ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏଥର ସାଇବର ଲୁଟେରା ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଖୋଲିଛନ୍ତି ଫେକ୍ ଆକାଉଣ୍ଟ । ସାଇବର ଲୁଟେରାମାନେ ଅତି ସତର୍କତାର ସହ ଫେକ୍‌ ଆକାଉଣ୍ଟ କରି ସେଥିରେ ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ଫଟୋ ଲଗାଇଛନ୍ତି। ଏହାପରେ ଲୋକଙ୍କ ନିକଟକୁ ମେସେଜ ପଠାଇ ଟଙ୍କା ମାଗୁଛନ୍ତି। ଏନେଇ କିଛି ଲୋକଙ୍କର ସନ୍ଦେହ ହେବାରୁ ସେମାନେ ଏ ସମ୍ପର୍କରେ ଜେଲ୍ ଏଡିଜି ଅମିତାଭ ଠାକୁରଙ୍କୁ ଅବଗତ କରିଥିଲେ। ଏହାପରେ ତତ୍‌କ୍ଷଣାତ ଅମିତାଭ ଠାକୁର ସାଇବର ସେଲ୍‌ ୟୁନିଟ୍‌ରେ ଅଭିଯୋଗ କରିଛନ୍ତି। ଏଥିସହ ସେ ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଛନ୍ତି । କୌଣସି ମେସେଜ ପାଇଲେ ମଧ୍ୟ ଆର୍ଥିକ କାରବାର ନ କରିବାକୁ ଲୋକଙ୍କୁ ଅବଗତ କରିଛନ୍ତି। ଏ ନେଇ ଅମିତାଭ ଠାକୁର ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚକୁ ମଧ୍ୟ ସୂଚିତ କରିଛନ୍ତି। ଇନଷ୍ଟାଗ୍ରାମକୁ ମଧ୍ୟ ସେ ରିପୋର୍ଟ କରିଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଫେକ୍ ଆକାଉଣ୍ଟରେ କୌଣସି ଆର୍ଥିକ କାରବାର ନ କରି ତୁରନ୍ତ ରିପୋର୍ଟ କରିବାକୁ କହିଛନ୍ତି ଏଡିଜି ଅମିତାଭ ଠାକରୁ।

Breaking News