Report Card Odisha

| Daily Odia News

ସନ୍ଦିପ ଘୋଷଙ୍କ ପରେ ଆଉ ୩ ଗିରଫ…..

ରିପୋର୍ଟ କାର୍ଡ /ନୂଆଦିଲ୍ଲୀ

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷଙ୍କ ପରେ ଆଉ ତିନି ଜଣ ଗିରଫ ହୋଇଛନ୍ତି। ଆଜି ସିବିଆଇ ତିନି ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସିବିଆଇ ଗିରଫ କରିଥିବା ତିନି ଅଭିଯୁକ୍ତ ହେଉଛନ୍ତି ଅଫସର ଅଲି, ସୁମନ ହାଜରା ଏବଂ ବିପ୍ଳବ ସିହ୍ନା। ଅଲି ସନ୍ଦିପ ଘୋଷଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ହୋଇ ଥିବାବେଳେ ସିହ୍ନା ଏବଂ ହାଜରା ତାଙ୍କ ସହଯୋଗୀ ଥିଲେ। ଆର.ଜି କର ହସ୍ପିଟାଲର ଚିକିତ୍ସା ଉପକରଣ ହେରଫେର କରିବାରେ ଉଭୟ ସନ୍ଦିପ ଘୋଷଙ୍କୁ ସହାୟତା କରୁଥିଲେ। ଡାକ୍ତରଖାନାରେ ହୋଇଥିବା ଆର୍ଥିକ ଅନିୟମିତତା କାରବାରରେ ଘୋଷଙ୍କ ସହ ଏହି ତିନି ଜଣ ସାମିଲ ଥିବା ସିବିଆଇ ସୁରାଗ ପାଇବା ପରେ ସେମାନଙ୍କୁ ଗିରଫ କରିଛି। ଏହା ବ୍ୟତୀତ ସନ୍ଦିପ ଘୋଷଙ୍କ ବିରୁଦ୍ଧରେ ନିୟମ ଉଲ୍ଲଙ୍ଘନର ମଧ୍ୟ ଅଭିଯୋଗ ରହିଛି। ସେ ରାଜ୍ୟ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ପରିବର୍ତ୍ତେ ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କୁ ଡାକ୍ତରଖାନାରେ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ନ୍ୟସ୍ତ କରିଥିବାର ଅଭିଯୋଗ ହୋଇଛି।ଏସବୁ ମାମଲରା ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଆସିଛି। 

Breaking News