Report Card Odisha

| Daily Odia News

ଏନ୍‌କାଉଣ୍ଟର୍‌ରେ ୯ ନକ୍ସଲ ନିହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଛତିଶଗଡ଼ର ଦନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୯ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ଆଧାରରେ ତଥ୍ୟ ପାଇ ଏକ ପୋଲିସ ଦଳ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା। ସର୍ଚ୍ଚ ଅପରେସନ୍ ସମୟରେ ସକାଳ ପ୍ରାୟ ୧୦.୩୦ ସମୟରେ, ପିପୁଲ୍ସ ଲିବରେସନ୍ ଜୁଏରାଲ୍ ଆର୍ମି (ପିଏଲ୍‌ଜିଏ) କମ୍ପାନୀ ନଂ ୨ ର ସୁରକ୍ଷା କର୍ମୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନ୍‌କାଉଣ୍ଟ୍‌ରେ ୯ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି। ସେମାନଙ୍କ ମୃତଦେହ ଘଟଣାସ୍ଥଳରୁ ସେଲଫି ଲୋଡିଂ ରାଇଫଲ ୩୦୩ ସହିତ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ୧୨ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

Breaking News