ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଦିଲ୍ଲୀ ଗସ୍ତ କରି ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି। ସାକ୍ଷାତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏହା ଏକ ‘ସୌଜନ୍ୟମୂଳକ ସାକ୍ଷାତ’ ବୋଲି କହିଛନ୍ତି। ଆଜି ପୂର୍ବାହ୍ଣରେ ହେମନ୍ତ ସୋରେନ୍ ଓ ତାଙ୍କ ପତ୍ନୀ ରାହୁଳ ଓ ମଲ୍ଲିକାର୍ଜୁନଙ୍କୁ ଭେଟିବା ପରେ ବାହାରେ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲେ। ସେ କହିଛନ୍ତି, ସେମାନଙ୍କ ସହ ଭେଟିବାକୁ ଅନେକ ଦିନରୁ ଯୋଜନା କରିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଥିଲା। ବର୍ତ୍ତମାନ ସେମାନେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନେଇ ଆଲୋଚନା କରିବେ। ସମସ୍ତ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ସଫଳ ରହିଛି। ଆଗାମୀ ଦିନରେ ନିର୍ବାଚନରେ ଜିତିବା ସହ ପୂର୍ଣ୍ଣ କ୍ଷମତାରେ ସରକାର ଗଠନ କରିବୁ। ମୁଖ୍ୟମନ୍ତ୍ରୀ ସୋରେନ୍ ସୋମବାର, ରାଜସ୍ଥାନ ଆଜମେର ଗସ୍ତ କରି ସୁଫି ସନ୍ଥ ଖ୍ବାଜା ଗରିବ ନୱାଜ୍ ପୀଠରେ ଚାଦର ଚଢ଼ାଇଥିଲେ। ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ ନିଜ ରାଜ୍ୟର ଲୋକଙ୍କ ପାଇଁ, ରାଜ୍ୟପାଇଁ ଓଦେଶର ମଙ୍ଗଳ ନିମନ୍ତେ ପାର୍ଥନା କରିଛନ୍ତି। ସୂଚନାଯୋଗ୍ୟ ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ନଭେମ୍ବରରେ ଶେଷ ହେଉଛି। ୨୦୧୯ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନ୍ଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୩୦ଟି ଆସନ ଓ କଂଗ୍ରେସ ୧୬ଟି ଆସନ ପାଇଥିବା ବେଳେ ବିଜେପି ୨୫ଟି ଆସନ ପାଇଥିଲା।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..