ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିକ୍କିମର ପାକ୍ୟୋଙ୍ଗ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛି ସେନାର ଏକ ଗାଡି। ଏହି ଦୁର୍ଘଟଣାରେ ୪ ଜଣ ଯବାନ ସହିଦ ହୋଇଥିଲେ। ସେନା ଗାଡ଼ିଟି ସିଲ୍କ ମାର୍ଗ ଦେଇ ପେଡୋଙ୍ଗରୁ ଜୁଲୁକ ଅଭିମୁଖେ ଯାଉଥିଲା। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନମାନେ ହେଲେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର ଆର୍କିଟେକ୍ଟ ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରସେବ ସିଂହ ଓ ତାମିଲନାଡୁର ସୁବେଦାର କେ ଥାଙ୍ଗାପାଣ୍ଡି। ଡ୍ରାଇଭରଙ୍କ ସମେତ ସମସ୍ତ ମୃତକ ପଶ୍ଚିମବଙ୍ଗର ବିନାଗୁଡ଼ିସ୍ଥିତ ଏକ ୟୁନିଟ୍ର ବୋଲି ଭାରତୀୟ ସେନାର ଜଣେ ଅଧିକାରୀ କହିଛନ୍ତି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..