ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିଂସା ଯୋଗୁ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମିଳିଛି କଡ଼ା ନିର୍ଦ୍ଦେଶ। ସେ ଦେଶ ଛାଡ଼ିବା ପରେ ବାଂଲାଦେଶ ସରକାର ମୁଖିଆ ହୋଇଥିବା ମହମ୍ମଦ ୟୁନୁସ ତାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଭାରତରେ ହସିନା ଦେଉଥିବା ରାଜନୀତି ବୟାନ ଅଣବନ୍ଧୁତ୍ୱର ପରିଚୟ। ଭାରତ ଓ ବାଂଲାଦେଶକୁ ଅସହଜ ଅନୁଭବ ହେବା ଭଳି ବୟାନ ଠାରୁ ସେ ଦୂରେଇ ରୁହୁନ୍ତୁ। ପ୍ରର୍ତ୍ୟପଣ ଅନୁରୋଧ ଭାରତ ପାଖରେ ନ ପହଞ୍ଚିବା ଯାଏ ହସିନା ସେଠାରେ ଚୁପ ରୁହନ୍ତୁ ବୋଲି ୟୁନୁସ କହିଛନ୍ତି। ସେ କହିଛନ୍ତି, “ବାଂଲାଦେଶ ଶେଖ ହସିନାଙ୍କ ପ୍ରର୍ତ୍ୟପଣ କରିବାକୁ ଅନୁରୋଧ ପଠାଇବା ଯାଏ ଭାରତ ଯଦି ତାଙ୍କୁ ରଖିବାକୁ ଚାହୁଁଛି, ତା’ହେଲେ ଏଥିପାଇଁ ଗୋଟିଏ ସର୍ତ୍ତ ହେଲା ସେ ଚୁପ ରୁହନ୍ତୁ। ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କ ବେଶ ନିବିଡ଼। ଶେଖ ହସିନାଙ୍କ ବିନା ବାଂଲାଦେଶ ଆଉ ଏକ ଆଫାନିଗସ୍ତାନରେ ପରିଣତ ହୋଇଯିବ ବୋଲି ଆବାମୀ ଲିଗ କରୁଥିବା ପ୍ରଚାରକୁ ନୂଆଦିଲ୍ଲୀ ବିଶ୍ୱାସକୁ ନେବା ଉଚିତ ନୁହେଁ। ଭାରତରେ ରହି ଶେଖ ହସିନା ଦେଉଥିବା ବୟାନ ଆଦୌ ଗ୍ରହଣୀୟ ନୁହେଁ। ସେ ବର୍ତ୍ତମାନ ଭାରତରେ ଅଛନ୍ତି। ସେଠାରେ ରହି ଏପରି ବୟାନ ଦେବା ଅନେକ ସମସ୍ୟା ସୃଷ୍ଟି କରିବ। ଯଦି ସେ ଚୁପ ରହିବେ, ତା’ହେଲେ ଆମେ ସବୁ କିଛି ଭୁଲି ଯିବୁ। ଲୋକମାନେ ମଧ୍ୟ ତାଙ୍କୁ କ୍ଷମା କରିଦେବେ। କିନ୍ତୁ ଭାରତରେ ବସି ସେ କହିବେ ଓ ନିର୍ଦ୍ଦେଶ ଦେବେ, ଏହାକୁ କେହି ପସନ୍ଦ କରିବେ ନାହିଁ।” ଅଗଷ୍ଟ ୧୩ରେ ହସିନା ନ୍ୟାୟ ପାଇଁ ଦାବି କରିଥିଲେ। ନିକଟରେ ଦେଶର ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ହତ୍ୟା ଓ ଭଙ୍ଗାରୁଜା ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସେ ଦାବି କରିଥିଲେ। ତେବେ ଏପରି ବୟାନ ଭାରତ କିମ୍ବା ଆମ ପାଇଁ ଆଦୌ ଉଚିତ ନୁହେଁ ବୋଲି ୟୁନୁସ କହିଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..