ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପୁର୍ବରୁ କଂଗ୍ରେସ ଦଳରେ ନୂଆ ମୁହଁକୁ ସାମିଲ କରି ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଲୋକପ୍ରିୟ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହୋଇଛନ୍ତି। ଉଭୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ। ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ଉଭୟଙ୍କ ନାମ ଦଳର ପ୍ରାର୍ଥୀ ତାଲିକାରେ ଦେଖାଯିବାର ସମ୍ଭାବନା ରହିଛି। ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପୂର୍ବରୁ ଶୁକ୍ରବାର ରେଳ ଚାକିରିରୁ ଇସ୍ତଫା ଦେଇଥିଲେ। ଦୁଇ ଦିନ ପୂର୍ବେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସର ପୂର୍ବତନ ସଭାପତି ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ ଫୋଗାଟ୍ ଏବଂ ପୁନିଆ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି। ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ଟିକେଟ୍ ସମ୍ପର୍କରେ ଦଳ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ। ସୂଚନାଯୋଗ୍ୟ, ଭିନେଶଙ୍କ ଶାଶୁ ଘର ସୋନିପତରେ ଥିବାବେଳେ ତାଙ୍କ ବାପ ଘର ଚରଖି ଦାଦରୀରେ ଅଛି। ଏଭଳି ପରିସ୍ଥିତିରେ କଂଗ୍ରେସ କେଉଁ ଆସନରୁ ଭିନେଶଙ୍କୁ ଟିକେଟ ଦେବ ସେନେଇ ଚିନ୍ତା କରୁଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..